ତା 30/10/2020 ରିଖ ଶୁକ୍ରବାର ଦିନ ସଂନ୍ଧ୍ୟା 5:00 pm ଘଟିକା ସମୟରେ ଉମରକୋଟ ଅନ୍ତର୍ଗତ କରଣ୍ଡିଆ ଗୁଡା ଠାରେ ସ୍ଵର୍ଗତ ପେନବାସୀ ଦାଦା ହୀରା ସିଂ ମର୍କାମ୍ ଙ୍କ ଶୋକ ସଭା ଅନୁଷ୍ଠିତ ହୋଇ ତାଙ୍କ ମହାନ୍ ଆତ୍ମା ଙ୍କ ସତ୍ ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ ସଭା ରେ ଅଖିଲ ଭାରତୀୟ ଗୋଣ୍ଡୱାନl ଗୋଣ୍ଡ ମହାସଭା ଓଡିଶା ସମ୍ପାଦକ ଶ୍ରୀ ଯୁକ୍ତ ସନନ୍ଦର୍ ମାଝୀ, ସମାଜ ସେବୀ ତଥା କରଣ୍ଡିଆଗୁଡା ମେମ୍ବର ଗୋପିନାଥ ଗଣ୍ଡ, ଗୋଣ୍ଡୱାନl ଛାତ୍ର ସଙ୍ଗ ଉମରକୋଟ ସଭାପତି ବିଶ୍ୱଜିତ୍ ମାଝୀ, ଜଗତ ଗଣ୍ଡ, ମଦନ ଭତ୍ତରା, ନାରାୟଣ ମାଝୀ, ବିରେନ୍ଦ୍ର ଗଣ୍ଡ, ଗୁରୁବାରୁ ଗଣ୍ଡ, ପୂର୍ଣ୍ଣ ଗଣ୍ଡ ଓ ଗ୍ରାମ ର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ lସଭା ରେ ଉପସ୍ଥିତ ସମସ୍ତ୍ ଙ୍କୁ ପେନବାସୀ ଦାଦା ହୀରା ସିଂ ମର୍କାମ୍ ଙ୍କ ଜୀବନୀ ସଙ୍ଘର୍ଷ, ସମାଜ ପ୍ରତି ତାଙ୍କ ଅବଦାନ ଓ ତାଙ୍କ ବିଚାରଧାରା ଉପରେ ସମସ୍ତ ଙ୍କୁ ଆଲୋକପାତ କରା ଯାଇ ଥିଲା l