ସିର୍ଲିଗୁଡା ଠାରେ ଗୋଣ୍ଡୱାନା ଛାତ୍ର ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା
ଆଜି ଅପରାହ୍ନରେ covide-19 ର ଗାଇଡ ଲାଇନ ମାନି ସିର୍ଲିଗୁଡା ଠାରେ ଗୋଣ୍ଡୱାନା ଛାତ୍ର ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ କୋରନା ମହାମାରୀ ସଂପର୍କରେ ସଚେତନ କରିବା ସହିତ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଗଲା ଏବଂ ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥା ର ପରିସ୍ଥିତି କୁ ଅନୁଧ୍ୟାନ କରି ଉପସ୍ଥିତ ସମସ୍ତ ମା ବାପା ଭାଇଭଉଣୀ ମାନଙ୍କୁ ସଚେତନ କରାଯାଇଥିଲା ।ଉକ୍ତ ବୈଠକରେ ଅଖିଳ ଭାରତୀୟ ଗୋଣ୍ଡାୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶର ସଂପାଦକ ତଥା ଆଦିବାସୀ ଓ ପଛୁଆବର୍ଗ ର ସଭାପତି ଶ୍ରୀଯୁକ୍ତ ସନ୍ଦର ମାଝୀ, ଗୋଣ୍ଡ ସମାଜ ଉମରକୋଟ ର ସମ୍ପାଦକ ଶ୍ରି ଯୁକ୍ତ ଶୋଭାସିଂ ମାଝୀ ଏବଂ ଗୋଣ୍ଡୱାନା ଛାତ୍ର ସଂଘ , ଉମରକୋଟ ର ସଭାପତି ବିଶ୍ୱଜିତ ମାଝୀ, ଯୁଗଳକିଶୋର ମାଝୀ, ଜଗତ ଗୋଣ୍ଡ, ଚକ୍ରଧର ଗୋଣ୍ଡ, ବିରେନ୍ଦ୍ର ମାଝୀ, ଶଙ୍କର ମାଝୀ, ପୂର୍ବ ଗୋଣ୍ଡ, ସୁବରାଜ୍ ଗୋଣ୍ଡ, ବନସିଂ ଗୋଣ୍ଡ, ସଂଘ ର ସଦସ୍ୟ ସଦସ୍ୟା ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ l
0 Comments