ପ୍ରାୟତଃ ସବୁଆଡ଼େ କୋରନା ମହାମାରୀ ଦ୍ରୂତଗତିରେ ବ୍ୟାପିଚାଲିଛି ।ଏହି କୋରନା ମହାମାରୀ କୁ ଦୃଷ୍ଟିରେ ରଖି ଉମରକୋଟ ବ୍ଳକ ବେନରା ଓ ନେହୁରା ପଞ୍ଚାୟତରେ ଗୋଣ୍ଡୱାନା ଛାତ୍ର ସଂଘ (ଉମରକୋଟ ) ଓ ଅଖିଲ ଭାରତୀୟ ଗୋଣ୍ଡୱାନl ଗୋଣ୍ଡ ମହାସଭା ଓଡିଶା ର ମିଳିତ ଆନୁକୂଲ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ର ସଂଘର ସହମତି ରେ ମହାମାରୀ ସଂପର୍କରେ ସଚେତନ କରିବା ସହିତ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଗଲା । ଇଣ୍ଟରନେଟ ଦୁନିଆ ବା ବର୍ତ୍ତମାନ ପରିସ୍ଥିତି ସହିତ ଉପଯୋଜିତ ହୋଇ ବା ଖାପଖୁଆଇ କିପରି ଆଗକୁ ବଢିବା ଏବଂ ଗାଁ ଗହଳିର ଶିକ୍ଷା ବ୍ୟବସ୍ଥା ବା ଅନଲାଇନ ଶିକ୍ଷାକୁ ନେଇ ଗୁରୁତ୍ୱ ଆଲୋଚନା କରିବା ସହିତ ସମସ୍ତ ଙ୍କୁ ସଚେତନ କରାଯାଇଥିଲା ।ଉକ୍ତ ବୈଠକରେ ଅଖିଳ ଭାରତୀୟ ଗୋଣ୍ଡାୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶର ସଂପାଦକ,ଆଦିବାସୀ ଓ ପଛୁଆବର୍ଗ ର ସଭାପତି ବିଶିଷ୍ଠ ସମାଜ ସେବୀ ତଥା ନିଖିଳ ଓଡ଼ିଶା ଶିକ୍ଷକ ଫେଡେରେସନ ର ସଭାପତି ଶ୍ରୀଯୁକ୍ତ ସନ୍ଦର ମାଝୀ,ଉମରକୋଟ ଗୋଣ୍ଡୱାନା ଛାତ୍ର ସଂଘ ର ସଭାପତି-ବିଶ୍ୱଜିତ ମାଝୀ, ସଚିବ-ଦଶରଥ ମାଝୀ, ଚକ୍ରଧର ଗୋଣ୍ଡ, ସଂକର ମାଝୀ, ମଦନ ଭତରା, ଜଗତ ଗୋଣ୍ଡ ଓ ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ଥିଲେ ।ବୈଠକ ଟି ସନନ୍ଦର୍ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ



ଥିଲା l