କୋରନା ମହାମାରୀ କୁ ଦୃଷ୍ଟିରେ ରଖି ଉମରକୋଟ ବ୍ଳକ ଖାଣ୍ଡା ପଞ୍ଚାୟତ ଅନ୍ତର୍ଗତ କରଣ୍ଡିଆ ଗୁଡା ଓ ପୂଜାରୀ ଭରଣ୍ଡି ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଉମରକୋଟ ) ଓ ଅଖିଲ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ର ମିଳିତ ଆନୁକୂଲ୍ୟରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ର ସଂଘର ସହମତି ରେ ମହାମାରୀ ସଂପର୍କରେ ସଚେତନ କରିବା ସହିତ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଗଲା । ଇଣ୍ଟରନେଟ ଦୁନିଆ ବା ବର୍ତ୍ତମାନ ପରିସ୍ଥିତି ସହିତ ଉପଯୋଜିତ ହୋଇ ବା ଖାପଖୁଆଇ କିପରି ଆଗକୁ ବଢିବା ଏବଂ ଗାଁ ର ଗହଳିର ଶିକ୍ଷା ବ୍ୟବସ୍ଥା ବା ଅନଲାଇନ ଶିକ୍ଷାକୁ ନେଇ ଗୁରୁତ୍ୱ ଆଲୋଚନା କରିବା ସହିତ ସମସ୍ତ ଙ୍କୁ ସଚେତନ କରାଯାଇଥିଲା ।ଉକ୍ତ ବୈଠକରେ ଅଖିଳ ଭାରତୀୟ ଗୋଣ୍ଡାୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶର ସଂପାଦକ,ଆଦିବାସୀ ଓ ପଛୁଆବର୍ଗ ର ସଭାପତି ବିଶିଷ୍ଠ ସମାଜ ସେବୀ ତଥା ନିଖିଳ ଓଡ଼ିଶା ଶିକ୍ଷକ ଫେଡେରେସନ ର ସଭାପତି ଓ ଛାତ୍ର ବତ୍ସଳ ଶ୍ରୀଯୁକ୍ତ ସନ୍ଦର ମାଝୀ,ଉମରକୋଟ ଗୋଣ୍ଡୱାନା ଛାତ୍ର ସଂଘ ର ସଭାପତି-ବିଶ୍ୱଜତ ମାଝୀ, ଚକ୍ରଧର ଗୋଣ୍ଡ, ସଂକର ମାଝୀ, ମଦନ ଭତରା, ଜଗତ ଗୋଣ୍ଡ, ଯୁଗଳ କିଶୋର ମାଝୀ, ନାରାୟଣ ମାଝୀ ଓ ଅନ୍ଯାନ୍ଯ ସଦସ୍ଯ ଉପସ୍ଥିତ ଥିଲେ ।ବୈଠକ ଟି ବିଶ୍ୱଜିତ୍ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l
ଜୟ ସେଵା
0 Comments