କୋରନା ମହାମାରୀ କୁ  ଦୃଷ୍ଟିରେ ରଖି  ଉମରକୋଟ ବ୍ଳକ ଦୁଗଲାହାଣ୍ଡି ଗ୍ରାମ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଉମରକୋଟ ) ଓ ଅଖିଲ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ର ମିଳିତ ଆନୁକୂଲ୍ୟରେ  ଏହି ସଭା ଅନୁଷ୍ଠିତ  ହୋଇଥିଲା । ଛାତ୍ର ସଂଘର ସହମତି ରେ ମହାମାରୀ ସଂପର୍କରେ ସଚେତନ କରିବା ସହିତ ସମସ୍ତଙ୍କୁ ମାସ୍କ ବଣ୍ଟନ କରାଗଲା ।   ଇଣ୍ଟରନେଟ ଦୁନିଆ ବା ବର୍ତ୍ତମାନ    ପରିସ୍ଥିତି ସହିତ ଉପଯୋଜିତ ହୋଇ ଏବଂ    ଅନଲାଇନ ଶିକ୍ଷାକୁ ନେଇ ଗୁରୁତ୍ୱ  ଆଲୋଚନା କରିବା ସହିତ ସମସ୍ତ ଙ୍କୁ  ସଚେତନ କରାଯାଇଥିଲା ।ଉକ୍ତ ବୈଠକରେ ଅଖିଳ  ଭାରତୀୟ ଗୋଣ୍ଡାୱାନା ଗୋଣ୍ଡ ମହାସଭା ଓଡିଶା ପ୍ରଦେଶର  ସଂପାଦକ,ଆଦିବାସୀ ଓ ପଛୁଆବର୍ଗ ର ସଭାପତି ବିଶିଷ୍ଠ ସମାଜ ସେବୀ ତଥା ନିଖିଳ ଓଡ଼ିଶା ଶିକ୍ଷକ ଫେଡେରେସନ ର ସଭାପତି ଶ୍ରୀଯୁକ୍ତ  ସନ୍ଦର ମାଝୀ,  ସମାଜ ପ୍ରେମି ଜନହିତୈଷି ବ୍ଯକ୍ତି ତଥା ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ଜଗଦୀଶ ଗଣ୍ଡ, ଉମରକୋଟ ଗୋଣ୍ଡୱାନା ଛାତ୍ର ସଂଘ ର ସଭାପତି-ବିଶ୍ୱଜିତ ମାଝୀ,ଉପସଭାପତି ଧରମ୍ ଦାସ ମାଝୀ, ଚକ୍ରଧର ଗୋଣ୍ଡ, ମଦନ ଭତରା, ଜଗତ ଗୋଣ୍ଡ, ନାରାୟଣ ମାଝୀ, ପୂର୍ବ ଗୋଣ୍ଡ ଓ ଅନ୍ଯାନ୍ଯ  ସଦସ୍ଯ  ଉପସ୍ଥିତ ଥିଲେ l ଜଗଦୀଶ ଗଣ୍ଡ ସମାଜ ର ବିକାଶ ତଥା ଜନ ସଚେତନତା ଓ ବିଭିନ୍ନ ଦିଗରେ ଆଲୋଚନା କରି ସଭା ଭଙ୍ଗ କରିଥିଲେ l

ଜୟ ସେବା ___ଜୟ ବୁଢ଼ା ଦେଓ __750