କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଆଜି ଗ୍ରାମ ବନି ପଦର ଠାରେ ଅପରାହ୍ନ ରେ ସ୍ଵର୍ଗତ ରବି ସିଂ ମାଝୀ ଙ୍କ 98 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l   ସର୍ବ ପ୍ରଥମେ ସ୍ଵର୍ଗତ ରବି ସିଂ ମାଝୀ ଙ୍କୁ ସ୍ମରଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସଭା ଆରମ୍ଭ ହୋଇଥିଲା ଗୋଣ୍ଡ ସମାଜ ଉମରକୋଟ ର ଗ୍ରାମ ଓ ପଞ୍ଚାୟତ ସ୍ତରରେ  କମିଟି ଗଠନ ର ଆଲୋକ ପାତ କରାଯାଇଥିଲା l ଉକ୍ତ ବୈଠକରେ ଅଖିଲ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା, ଓଡିଶା ସମ୍ପାଦକ ଶ୍ରୀ ଯୁକ୍ତ ସନ୍ଦର ମାଝୀ,ଗୋଣ୍ଡ ସଂସ୍କୃତିକ ସମାଜ ଉମରକୋଟ ସଦସ୍ୟ, ବନି ପଦର ଗ୍ରାମ ର ମୁଖିଆ ସୁକୁଡୁ  ଗଣ୍ଡ, ଗେଞ୍ଜ ଗଣ୍ଡ, ଗୋଣ୍ଡାୱାନା ଛାତ୍ର ସଙ୍ଗ ଉମରକୋଟ ସଦସ୍ୟ, ଛାତ୍ର ଛାତ୍ରୀ ଓ ଅବିଭାବକ ଉପାସ୍ଥିତ ଥିଲେ l ଆଜି ର ଭଳି  ମହାନ୍ ଆତ୍ମା ସ୍ଵର୍ଗତ ରବି ସିଂ  ଙ୍କ ଜନ୍ମ ତିଥିରେ  ବୈଠକ ହୋଇଥିବାରୁ  ଗ୍ରାମ ର ମୁଖିଆ ସୁକୁଡୁ  ଗଣ୍ଡ, ଗେଞ୍ଜ ଗଣ୍ଡ ଓ ଅନ୍ୟାନ୍ୟ ମତ ପ୍ରକାଶ କରିଥିଲେ l ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା, ଇଣ୍ଟରନେଟ ର ସଦୁପଯୋଗ, ସମାଜରେ ଯୁବ ଗୋଷ୍ଠୀ ଙ୍କ ଭୂମିକା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ୱଜିତ୍ ମାଝୀ ଙ୍କ ସଭାପତିତ୍ବରେ ବୈଠକ ଟି ଅନୁଷ୍ଠତି ହୋଇ ଥିଲା l