ପଡ଼ାଗଡ଼ ପଞ୍ଚାୟତ  ଅନ୍ତର୍ଗତ ବାମନଦେଇ ଭଟ୍ଟା ଗ୍ରାମ ଠାରେ Covid-19 ଗାଇଡ ଲାଇନ  ଅନୁଯାୟୀ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ଓ ଗୋଣ୍ଡାୱାନା ଛାତ୍ର ସଙ୍ଗ ଉମରକୋଟ ର ମିଳିତ ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଯୁବତୀ ଓ ଅବିଭାବକ ଙ୍କୁ ଶିକ୍ଷା ର ଭୂମିକା, ରୋଜଗାର  ସମ୍ଵନ୍ଧୀୟ ,ସମାଜ ରେ ନାରୀ ଶିକ୍ଷା ର ମହତ୍ତ୍ଵ, 

ଶିକ୍ଷିତ ନାରୀ ର ସମାଜ ରେ ଭୂମିକା, ସାମାଜିକ ଏକତା ର ଆବଶ୍ୟକତା ଓ ଅନ୍ୟାନ୍ୟ ଉନ୍ନତମୂଳକ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଗୋଣ୍ଡ ସମାଜ ଉମରକୋଟ ର ଗ୍ରାମ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ର ପାଠ ଖସଡ଼ା କରାଯାଇ ଥିଲା ଉକ୍ତ ବୈଠକରେ ଅଖିଲ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ସମ୍ପାଦକ ଶ୍ରୀ ଯୁକ୍ତ ସନନ୍ଦର୍ ମାଝୀ, ଗୋଣ୍ଡ ସଂସ୍କୃତିକ ସମାଜ ସଦସ୍ୟ ସ୍ଵେଚ୍ଛାସେବୀ, ସମାଜପ୍ରେମୀ ବଳରାମ ଗଣ୍ଡ, ଗୋଣ୍ଡୱାନା ଛାତ୍ର ସଙ୍ଗ ଉମରକୋଟ ସଭାପତି ବିଶ୍ୱଜିତ୍ ମାଝୀ, ମଦନ ଭତ୍ତରା, ଗ୍ରାମ ର ସ୍ଵେଚ୍ଛାସେବୀ ଶ୍ରୀମତି ଜୟନ୍ତୀ ମାଝୀ, ଖତକୁଡ଼ି  ଗଣ୍ଡ, ବଳ ରାମ ମାଝୀ ଓ  ଗ୍ରାମ ର ଅନ୍ୟାନ୍ୟ  ବ୍ୟକ୍ତି ଉପସ୍ଥିତ ଥିଲେ । ବଳରାମ ଗଣ୍ଡ ତୃଣମୂଳ ସ୍ତରରେ ହେଉଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶ୍ୱଜିତ୍ ମାଝୀ ଙ୍କ ସଭାପତିତ୍ବରେ ସଭା ଠି ଅନୁଷ୍ଠିତ ହୋଇ ସଭା ଭଙ୍ଗ  କରିଥିଲେ।