ଆଜି ଅପରାହ୍ନ 2:00 PM  ଘଟିକା ସମୟରେ ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅନ୍ତର୍ଗତ ତାରା ଗାଁ ନିକଟସ୍ଥ ଓଟେମୁଣ୍ଡା ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ଓ ଗୋଣ୍ଡୱାନା ଛାତ୍ର ସଙ୍ଗ ଉମରକୋଟ ମିଳିତ ଆନୁକୁଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସମାଜ ର ପରିବର୍ତ୍ତନ ରେ ଶିକ୍ଷା ର ଭୂମିକା, ଯୁବ ଗୋଷ୍ଠୀ ଙ୍କ ସମାଜ ନିର୍ମାଣ ରେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା, ନାରୀ ଙ୍କ ଶିକ୍ଷା ଉପରେ ଗୁରୁତ୍ବ, ସମାଜିକ ଏକତା ର ଆବଶ୍ୟକତା ଓ ଅନ୍ୟାନ୍ୟ ଉନ୍ନତମୂଳକ ଦିଗ ଉପରେ ଆଲୋକପାତ କରାଯାଇଥିଲା l ଅଖିଳ ଭାରତୀୟ ଗୋଣ୍ଡାୱାନା ଗୋଣ୍ଡ ମହାସଭା ଓଡିଶା ର ଗ୍ରାମ ଓ ପଞ୍ଚାୟତ ସ୍ତରରେ କମିଟି ଗଠନ ଉପରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ଅଖିଲ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡିଶା ସମ୍ପାଦକ ଶ୍ରୀ ଯୁକ୍ତ ସନନ୍ଦର୍ ମାଝୀ, ଗୋଣ୍ଡ ସଂସ୍କୃତିକ ସମାଜ ଉମରକୋଟ ସମ୍ପାଦକ ଶ୍ରୀ ଯୁକ୍ତ ପଦୁରାମ୍ ଗଣ୍ଡ, ସଦସ୍ୟ  ବଳରାମ ଗଣ୍ଡ, ପୂର୍ବତନ ସରପଞ୍ଚ ତଥା ସମାଜସେବୀ  ଶ୍ରୀ ଯୁକ୍ତ ଚିତ୍ତରଞ୍ଜନ ଗଣ୍ଡ (ନାଇକ୍) ତାରାଗାଁ, ଶ୍ରୀ ଯୁକ୍ତ ପର୍ଶୁରାମ ଗଣ୍ଡ (ସରପଞ୍ଚ) କୋପେନା, ମିରି ପାଇକ ତାରା ଗାଁ, କମଲୁ ଗଣ୍ଡ, ନନ୍ଦୁ ଗଣ୍ଡ, ରତନ ଗଣ୍ଡ, ଲକିନାଥ ଗଣ୍ଡ, ସିତାରାମ ଗଣ୍ଡ, ଜତି ଗଣ୍ଡ ଓ ଗୋଣ୍ଡୱାନା ଛାତ୍ର ସଙ୍ଗ ଉମରକୋଟ ସଭାପତି ବିଶ୍ୱଜିତ୍ ମାଝୀ, ଜଗତ ଗଣ୍ଡ, ବିଜୟ ମାଝୀ, ବିରେନ୍ଦ୍ର ଗଣ୍ଡ, ଚକ୍ର ଧର ଗଣ୍ଡ, ମଦନ ଭତ୍ତରା ଓ ପଞ୍ଚାୟତ ର ଅନ୍ୟାନ୍ୟ ଗ୍ରାମ ବାସୀ ଉପସ୍ଥିତ ଥିଲେ।ଚିତ୍ତରଞ୍ଜନ ଗଣ୍ଡ ସମାଜ ର ବିକାଶ ତଥା  ବିଭିନ୍ନ ଉନ୍ନତି ଦିଗରେ ବଖାଣି ଥିଲେ। ପଦୁରାମ ଗଣ୍ଡ ଙ୍କ ସଭାପତିତ୍ବରେ ସଭା ଠି ଅନୁଷ୍ଠିତ ହୋଇଥିଲା।